ଗୌରହରି ଦାସ (୧୯୬୦) ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ। ସାଧାରଣ ଜନଜୀବନର କଥା ଓ କାହାଣୀ ମୁଖ୍ୟତଃ ରୂପପାଏ ତାଙ୍କ ଗଳ୍ପରେ। ଗ୍ରାମୀଣ ପଟ୍ଟଭୂମିରେ ରଚିିତ ତାଙ୍କ ଗଳ୍ପଗୁଡ଼ିକ ପାଠକଙ୍କୁ ଭିନ୍ନ ସ୍ୱାଦ ପରିବେଷଣ କରେ। ପ୍ରକାଶିତ କ୍ଷୁଦ୍ରଗଳ୍ପ: ଜୁଆର ଭଟ୍ଟା, ଆଖଡ଼ାଘର, ସ୍ୱପ୍ନ ପାଇଁ ରାତି କାହିଁ, ଭାରତବର୍ଷ, ମାଟିକଣ୍ଢେଇ, ମାୟା, ଶେଷବାଜି, ପୁନରାବୃତ୍ତି, ଘର, କାଗଜଡଙ୍ଗା, ଅହଲ୍ୟାର ବାହାଘର, ପିଛିଲା ପଚିଶ, ମଥୁରାର ମାନଚିତ୍ର, କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ, ଆକାଶ ଦିନେ ନୀଳ ଥିଲା, ଅଣଲେଉଟା ଓ ଅନ୍ୟାନ୍ୟ ଗଳ୍ପ। ପୁରସ୍କାର: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଅଖିଳ କଥା ସମ୍ମାନ, ସାହିତ୍ୟଭାରତୀ ଗଳ୍ପ ପୁରସ୍କାର, କାଦମ୍ବିନୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ପୁରସ୍କାର, ସପ୍ତର୍ଷୀ ପୁରସ୍କାର ଓ ଆହୁରି ଅନେକ। ସଂପ୍ରତି ସେ ଲୋକପ୍ରିୟ ଗଳ୍ପପତ୍ରିକା ‘କଥା’ ସଂପାଦନା କରିବା ସହ ସପରିବାର ଭୁବନେଶ୍ୱରରେ ବସବାସ କରୁଛନ୍ତି।
Srestha Galpa | ଶ୍ରେଷ୍ଠ ଗଳ୍ପ | ଗୌରହରି ଦାସ
Publisher : Timepass
2nd edition : 2021
Paperback : 248 pages
Language : Odia
Reading age : 18 years and up
Country of Origin : India