ବିୟତ୍ପ୍ରଜ୍ଞା ତ୍ରିପାଠୀ (୧୯୬୨) ସମକାଳୀନ ଓଡ଼ିଆ କଥାସାହିତ୍ୟର ଜଣେ ସୂକ୍ଷ୍ମ, ସମ୍ବେଦନଶୀଳ ଓ ଅପାରମ୍ପରିକ ଲେଖିକା ଭାବେ ସୁପରିଚିତା। ସ୍ପଷ୍ଟ ଓ ନିର୍ଭୀକ ଉଚ୍ଚାରଣ ପାଇଁ ସେ ପାଠକପାଠିକାଙ୍କ ନିକଟରେ ବେଶ୍ ପ୍ରିୟ। ଗଳ୍ପ ସଂକଳନ: କଡ଼ାପାନ ଓ କ୍ଲିଓପାଟ୍ରା, ସିଗାରେଟ ଓ ସିନେମା, ବ୍ରେନ୍ ଅପରେସନ୍, ଲିପ୍ସା (କରୋନା କାହାଣୀ)। କବିତା ସଂକଳନ: ଚରିତ୍ରହୀନ ଈଶ୍ୱର। ଉପନ୍ୟାସ: ମୁଖ୍ୟମନ୍ତ୍ରୀ, ମାୟା। ପୁରସ୍କାର: ଜ୍ଞାନଦା ଅଖିଳ ସାହିତ୍ୟ ସମ୍ମାନ, ମେଘ ସମ୍ମାନ, ପକ୍ଷୀଘର ସମ୍ମାନ, ଚନ୍ଦ୍ରପ୍ରଭା ସ୍ମୃତି ସାହିତ୍ୟ ସମ୍ମାନ ଏବଂ ଆହୁରି ଅନେକ। ବୃତ୍ତି ଓ ପ୍ରବୃତ୍ତି: ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ସହ ଫିଲ୍ମ-ଷ୍ଟଡିଜ୍, ମିଡ଼ିଆ, ଫ୍ୟାଶନ୍ ଜର୍ଣ୍ଣାଲିଜମ୍ ଆଦିରେ ଅତିଥି ଅଧ୍ୟାପିକା ଭାବେ ସେ କାର୍ଯ୍ୟ କରୁଛନ୍ତି ଓ ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି।
Srestha Galpa | Biyot Projna Tripathy | ଶ୍ରେଷ୍ଠ ଗଳ୍ପ | ବିୟତପ୍ରଜ୍ଞା ତ୍ରିପାଠୀ
Publisher : Timepass
First Edition : 2022
Paperback : 304 pages
Language : Odia
Reading age : 18 years and up
Country of Origin : India