top of page

ସ୍ତ୍ରୀସତ୍ତାକୁ ନେଇ ୧୦୮ଟି କବିତାର ମାଳା ହେଉଛି ‘ସ୍ତ୍ରୀଲୋକ’ ସଂକଳନ। ୧୯୯୭ରୁ ୨୦୨୨- ବିଗତ ୨୫ ବର୍ଷ ଭିତରେ ଲେଖାଯାଇଥିବା ଅସଂଖ୍ୟ କବିତାରୁ କେବଳ ୧୦୮ଟିକୁ ନେଇ ଗୁନ୍ଥାଯାଇଥିବା ଏଇ ମାଳାଟି ହୁଏତ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକେଇପାରେ। ସେଇ ସମାନ ବିଷୟରେ ଏତେ ସଂଖ୍ୟକ କବିତା କାହିଁକି? ପ୍ରଶ୍ନ ଉଠିପାରେ। ତେବେ କବିତାଗୁଡ଼ିକ ଗୋଟିଏ କାଳଖଣ୍ଡରେ ବିଭିନ୍ନ ସମୟ, ପରିସ୍ଥିତି, ପରିବେଶ ଓ ପ୍ରତିକ୍ରିୟାରୁ ଜାତ, ଯଦିଓ ସବୁରି ଅନ୍ତଃସ୍ୱର ଆମକୁ ସମାନ ମନେହୋଇପାରେ। ସତକୁ ସତ କହିବାକୁ ପଛଘୁଞ୍ଚା ଦଉଥିବା, ଅନ୍ୟାୟକୁ ସ୍ୱୀକାର କରିବାକୁ ରାଜି ନଥିବା, ଅତ୍ୟାଚାରକୁ ଚଳଣି କହି ଏଡ଼େଇ ଯାଉଥିବା ସମାଜ ନାରୀର ସେଇ ସତ ଲେଖିବାକୁ କେଡ଼େ ଚତୁରତାରେ ନାରୀବାଦ ନାଁ ଦିଏ। ତେବେ ବାଦ ଯାହା ହେଉନା କାହିଁକି, ଏସବୁ କବିତା ଯେ ନାରୀ ଜୀବନର ଅନ୍ଧାରୀ ଅନୁଭବ ଓ ଆର୍ତ୍ତିର୍ର କଥା କହେ, କବିତାଗୁଡ଼ିକ ପଢ଼ିଲେ ଜଣାପଡ଼େ। ଗାୟତ୍ରୀବାଳା ପଣ୍ଡାଙ୍କ ଏହି ସଂକଳନଟି ନାରୀତ୍ୱର ପ୍ରତିଷ୍ଠା ଦିଗରେ ଏକ ମାଇଲଖୁଣ୍ଟ ହେବ, ସନ୍ଦେହ ନାହିଁ।

Streeloka | Gayatribala Panda | ସ୍ତ୍ରୀଲୋକ | ଗାୟତ୍ରୀବାଳା ପଣ୍ଡା | କବିତା ସଂକଳନ

SKU: SLGPA
₹345.00Price
Quantity
  • Publisher ‏ : ‎ Timepass

    First Edition : 2022)

    Paperback ‏ : ‎ 320 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page