ଯୁବଲେଖକ ସଂଜୟ ପଣ୍ଡା ନିଜ ଗଳ୍ପର ରାସ୍ତା ପାଇସାରିଛନ୍ତି କିଛି ବର୍ଷ ଆଗରୁ। ଗଳ୍ପର ମାର୍ଫତ୍ରେ ଜୀବନକୁ କେମିତି ଭୋଗାଯାଏ ଓ ଭୋଗିବାର ଯନ୍ତ୍ରଣାକୁ କିପରି ଗପର ତକିଆ ଉପରେ ଆଉଜେଇ ଦିଆଯାଏ, ତାହା ସେ ଶିଖିସାରିଲେଣି ନିଜସ୍ୱ ଅନୁଶୀଳନ ଓ ଅଭିଜ୍ଞତାରୁ। ଜୀବନର ଛୋଟଛୋଟ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଖୁବ୍ ରୋଚକ ଓ ଆକର୍ଷଣୀୟ ଭାବେ ସେ ଗଢ଼ିପାରନ୍ତି ଗପ, ଯେଉଁଥିରେ ଆମ ସମୟର ଗୋଡ଼ହାତ ଦିଶେ; ଦିଶେ ବି ସଭ୍ୟତାର ଅନ୍ଧାରୁଆ ମୁହଁ। ସତକୁ ଗପ କରିବାର କଳାରେ ଦିନକୁଦିନ ଦକ୍ଷ ହୋଇଉଠୁଥିବା ସଂଜୟଙ୍କର ଦ୍ୱିତୀୟ ଗଳ୍ପ ସଂକଳନ ‘ତକିଆ’ ଗଳ୍ପଭୁକ୍ ପାଠକଙ୍କ ନିଦ ହଜେଇଦେଉ, ଏତିକି କାମନା।
Takia | Sanjay Panda | ତକିଆ | ସଂଜୟ ପଣ୍ଡା | ଗଳ୍ପ ସଂକଳନ
SKU: TKSPA
₹195.00Price
Publisher : Timepass
First Edition : 2023
Paperback : 96 pages
Reading age : 18 years and up
Language : Odia
Country of Origin : India