ସରସ୍ୱତୀ ବେହେରା ଓଡ଼ିଆ କଥାସାହିତ୍ୟରେ ତିନି ଦଶନ୍ଧିରୁ ଊର୍ଦ୍ଧକାଳ ଧରି ସକ୍ରିୟ ରହିଆସିଛନ୍ତି। ମାନବୀୟ ଆଦର୍ଶ ଓ ଅସଙ୍ଗତିକୁ ଆପଣା ଗଳ୍ପରେ ଉପସ୍ଥାପନ କଲାବେଳେ ସେ ପାରମ୍ପରିକତା ପ୍ରତି ଥାଆନ୍ତି ଖୁବ୍ ସମ୍ବେଦନଶୀଳ। ସାମାଜିକ ସ୍ଥିତି ଦୁସ୍ଥିତି ତାଙ୍କ ଗଳ୍ପରେ କଳାତ୍ମକ ଭାବେ ରୂପ ପାଇଥାଏ। ‘କଳାପତାକା’, ‘କାଗଜଡଙ୍ଗାରେ କାରୁବାକୀ’, ‘ପ୍ରଥମ ପାପ’, ‘ମାଟିଘରେ ବର୍ଷାଋତୁ’, ‘ଫାର୍ମହାଉସ୍ରେ ଦିନେ’, ‘ନିରିମାଖି ମାଟି ନିରୁଦ୍ଦିଷ୍ଟ ମୌସୁମୀ’ ଆଦି ଗଳ୍ପ ସଂକଳନର ସ୍ରଷ୍ଟା ଭାବେ ସୁପରିଚିତା ସରସ୍ୱତୀଙ୍କର ସପ୍ତମ ଗଳ୍ପ ସଂକଳନ ‘ତମେ ଚାଲିଗଲା ପରେ’; ଯେଉଁଥିରେ ନିଃସଙ୍ଗତାର ଅଲୌକିକ ଆବେଗ ଓ ଗୁମ୍ଫିତ ବାସ୍ତବତାର ସଫଳ ଚିତ୍ରଣ କରାଯାଇଛି। ମାନବବାଦୀ ଚେତନା ଓ ଜୀବନଦର୍ଶନରେ ଭରା ପନ୍ଦରଟି ସୁଖପାଠ୍ୟ ଗଳ୍ପରେ ସମୃଦ୍ଧ ଏହି ସଂକଳନଟି ପାଠକ-ପାଠିକାଙ୍କ ଦୃଷ୍ଟି ଆକର୍ଷଣ କରିବ, ଏଥିରେ ସଂଦେହ ନାହିଁ।
Tame Chaligala Pare | ତମେ ଚାଲିଗଲା ପରେ | ସରସ୍ୱତୀ ବେହେରା | ଗଳ୍ପ ସଂକଳନ
Publisher : Timepass
1st edition : 2021
Paperback : 152 pages
Reading age : 15 years and up
Language : Odia
Country of Origin : India