ନିଜର ନିଆରା ଭାବଭୂମିରେ ସୃଜନର ସବୁଜିମା ଭରିଚାଲିଥିବା ଯୁବପିଢ଼ିର ଅନ୍ୟତମ ସମର୍ଥ ଓ ସଫଳ କଥାକାର ହେଉଛନ୍ତି ରାଜେନ୍ଦ୍ର କୁମାର ରାଉଳ। ସାହିତ୍ୟ ଓ ସାମ୍ବାଦିକତାର ମଝିରାସ୍ତାରେ ପାଦ ଥାପି ବେଶ୍ ଆଗକୁ ବଢ଼ିଆସିଥିବା ରାଜେନ୍ଦ୍ରଙ୍କ ଜନ୍ମ ୩ ମେ ୧୯୭୬ରେ, ବାଲେଶ୍ୱର ଜିଲ୍ଲାର ପିହାଣଗଡ଼ିଆରେ। ପିତା ସ୍ୱର୍ଗତ ଅଭିମନ୍ୟୁ ରାଉଳ ଏବଂ ମାତା ସ୍ୱର୍ଗତା ସୁବାସିନୀ ରାଉ। ହତ୍ୟାକାରୀ, କାଡବରୀ, ଶିବଦାସ, ହାଇଫେନ ଆଦି ଗଳ୍ପ ସଂକଳନ, ଭାଇରସ୍, ମରୁମାୟା ଆଦି ଉପନ୍ୟାସ ଏବଂ ସଚିନ ତେନ୍ଦୁଲକର ଜୀବନୀ ପୁସ୍ତକର ସ୍ରଷ୍ଟା ଭାବେ ସୁପରିଚିତ ରାଜେନ୍ଦ୍ରଙ୍କର ଗାୟନ ଓ ସଙ୍ଗୀତ ନିର୍ଦ୍ଦେଶନାରେ ମଧ୍ୟ ରୁଚି ରହିଛି। ଫକୀରମୋହନ ସେନାପତି ତରୁଣ କଥା ସମ୍ମାନ, କଳିଙ୍ଗପ୍ରଭା ସାହିତ୍ୟ-ସାରଥୀ ସମ୍ମାନ, ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ, କଳିଙ୍ଗ ଲିଟେରାରୀ ୟୁଥ ଆୱାର୍ଡ, ରବୀନ୍ଦ୍ରନାଥ ରାୟ ସ୍ମୃତି ସମ୍ମାନ, ଓଡ଼ିଶା ସିନେକ୍ରିଟିକ ଆସୋସିଏସନ୍ ପ୍ରଦତ୍ତ ‘ସ୍ମୃତି ତୁମେ ଅକ୍ଷୟ’ ସମ୍ମାନ, ଜଗଦୀଶ ଯୁବ ଗାଳ୍ପିକ ସମ୍ମାନ ପରି ଅନେକ ସ୍ୱୀକୃତି ପାଇଥିବା ରାଜେନ୍ଦ୍ର ସଂପ୍ରତି ସପରିବାର ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି।
Telegram | ଟେଲିଗ୍ରାମ | ରାଜେନ୍ଦ୍ର କୁମାର ରାଉଳ | ଗଳ୍ପ ସଂକଳନ
Publisher : Timepass
First Edition : 2021
Paperback : 136 pages
Reading age : 18 years and up
Language : Odia
Country of Origin : India