ଦେବବ୍ରତ ଦାସ ଓଡ଼ିଆ ପାରଂପରିକତାର ଗଛଛାଇରେ ବସି ଆଧୁନିକତାର ବଂଶୀ ବଜାଉଥିବା ଜଣେ ସଂଚରଣଶୀଳ କଥାକାର, ଯିଏ ବାଟ ଭୁଲିଯାଇଥିବା ପଥିକକୁ କହିପାରନ୍ତି ହଜିଯାଉଥିବା ଗାଁର କାହାଣୀ ଓ ସମୟର ଉପଦ୍ରବରେ ବତୁରିଯାଉଥିବା ମାଟିମନସ୍କତାର କଥା। ‘ଠ’ ଉପନ୍ୟାସରେ ପୁରୁଣା ଯୁଗର ପ୍ରେମକାହାଣୀ ଭିତରୁ ନୂଆ ଯୁଗର ‘ଲଭ୍’ ଯାଏ ଯେଉଁ ରୋମାଞ୍ଚକର ଯାତ୍ରା ଲମ୍ବେଇଛନ୍ତି କଥାକାର, ତାହା କେବଳ ସୁଖପାଠ୍ୟ ନୁହେଁ, ବରଂ ଆମକୁ ନେଇଯାଏ ସେଇ ବାସ୍ତବ ଦୁନିଆକୁ, ଯୋଉଠି ଜୀବନ ଗୋଟେ ‘ଠ’ ପରି ମୁଣ୍ଡୁଳା ହୋଇ ପଡ଼ିଥାଏ ସଂପର୍କର ଅପେକ୍ଷାରେ। ସଂଘର୍ଷ ଓ ସନ୍ତାପ ଭିତରେ ସନ୍ତୁଳି ହେଉଥିବା ଜୀବନ କେମିତି ଆସ୍ଥା-ଅନାସ୍ଥାର ଅନିଶ୍ଚିତତା ଭିତର ଦେଇ ପ୍ରେମର ଝୁଲ ଖୋଜୁଥାଏ, ତାର ସବୁଠୁ ଭଲ ଉଦାହରଣ ହେଉଛି ଏ ଉପନ୍ୟାସ। - ସରୋଜ ବଳ
Tha | Debabrata Das | ଠ | ଦେବବ୍ରତ ଦାସ | ଉପନ୍ୟାସ
SKU: TDDS
₹125.00Price
Publisher : Timepass
First Edition : 2022
Paperback : 136 pages
Reading age : 18 years and up
Language : Odia
Country of Origin : India