top of page

କାଞ୍ଚନ ମଲ୍ଲିକ ଏଇ ଗଳ୍ପସଂକଳନ ସହ ଓଡ଼ିଆ ସାହିତ୍ୟରେ ପ୍ରବେଶ କରୁଛନ୍ତି ସତ, ହେଲେ ତାଙ୍କ ଭିତରେ ଲେଖାଲେଖିର ତାଡ଼ନା ଅନେକ ଦିନରୁ। କିଛି ସ୍ମୃତି ତାଙ୍କୁ ଶୁଆଇ ବସାଇ ଦିଅନ୍ତିନି, କିଛି ଘଟଣା ବାରଂବାର ତାଙ୍କ ଏକ୍‍ଲାପଣକୁ ଝୁଣିବିଦାରି ପକାନ୍ତି ଓ ସେଥିରୁ ରକ୍ଷା ପାଇବାକୁ ଯାଇ ସେ ବାଛିନେଇଛନ୍ତି ଏଇ ଗଳ୍ପର ଜାଲ। ମୁଣ୍ଡ ଓ ମଗଜରେ ବସା ବାନ୍ଧିଥିବା ଯାବତୀୟ ଚରିତ୍ର ଓ ଘଟଣାକୁ ସେ ଗଳ୍ପର ଜାଲରେ ଅକ୍ତିଆର କରି ପୋଷା ମନେଇବାରେ ଲାଗିଛନ୍ତି। ପ୍ରେମ, ସଂପର୍କ ଓ ବାସ୍ତବତା ଭିତରଦେଇ ଯାଇଥବା ଜୀବନର ରାସ୍ତାକୁ ସେ ପାରିହେଉଛନ୍ତି ଗଳ୍ପର ହାତଧରି। ‘ତୁମେ ଠିକ୍‍ ବର୍ଷା ପରି’ ଯଦିଓ କାଞ୍ଚନ ମଲ୍ଲିକଙ୍କର ପ୍ରଥମ ଗଳ୍ପ ସଂକଳନ, କାହାଣୀ ଗଠନର କଳା ଓ କାରିଗରୀରେ ସେ କିନ୍ତୁ ବେଶ୍‍ ପୋଖତ। ତାଙ୍କ ଗଳ୍ପର ସବୁଠୁ ଉଲ୍ଲେଖନୀୟ ଗୁଣ ହେଲା ବିଶ୍ୱସନୀୟ ନିରୀହତା। ସେଇ ନିରୀହତା ତାଙ୍କୁ ପାଠକଙ୍କ ନିକଟରେ ଅଧିକରୁ ଅଧିକ ସୁପରିଚିତ କରାଇବ, ଏ ବିଶ୍ୱାସ ମୋର ରହିଛି।

Tume Thik Barsha Pari | Kanchan Mallick | ତୁମେ ଠିକ ବର୍ଷା ପରି | କାଞ୍ଚନ ମଲ୍ଲିକ | ଗ

SKU: TTBPKMK
₹195.00Price
Quantity
  • Publisher ‏ : ‎ Timepass

    First Edition : 2022

    Paperback ‏ : ‎ 184 pages

    Reading age ‏ : ‎ 18 years and up

    Language ‏ : ‎ Odia

    Country of Origin ‏ : ‎ India

     

     

     

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page