ଶାନ୍ତନୁ କୁମାର ନାୟକ ନବପ୍ରଜନ୍ମର ଅନ୍ୟତମ ପ୍ରତିଶ୍ରୁତିସଂପନ୍ନ କଥାଶିଳ୍ପୀ। ଆଙ୍ଗିକ ଓ ଆତ୍ମିକ ଉଭୟ ଦିଗରୁ ତାଙ୍କର ଗଳ୍ପଗୁଡ଼ିକ ପରୀକ୍ଷାଧର୍ମୀ। ମନେହୁଏ, ସେ ଗପ ଲେଖନ୍ତି ନାହିଁ, ବରଂ ଗପ ଗଢ଼ନ୍ତି; ଯେମିତି ଗଢ଼ାଯାଏ ଘର, ବାଲି-ସିମେଣ୍ଟର ଉଚିତ ଭାଗମାପରେ। ପ୍ରତିଟି ଗପ ପଛରେ ଥାଏ ତାଙ୍କର ଏକ ଜୀବନବାଦୀ ଦୃଷ୍ଟିଭଙ୍ଗୀ, ଯାହା ପାଠକକୁ ଗଭୀର ଅନୁଭବର ଭଉଁରୀରେ ଆକ୍ତାମାକ୍ତା କରେ। ‘ଉପହସିତ ଅପରାହ୍ଣ’ ଶାନ୍ତନୁଙ୍କର ଦ୍ଵିତୀୟ ଗଳ୍ପ ସଂକଳନ। ଏଥିପୂର୍ବରୁ ‘ଅବତୀର୍ଣ୍ଣ’ ପ୍ରକାଶିତ ହୋଇ ପାଠକମାନଙ୍କ ନିକଟରେ ପରିଚିତି ପାଇସାରିଛି। ‘ସାହିତ୍ୟ ବିମର୍ଶ’, ‘ରଜନୀକାନ୍ତ ଗଳ୍ପମାନସ: ବୀକ୍ଷା ଓ ବିମର୍ଶ’ ଆଦି ସଂପାଦନା ଓ ସମାଲୋଚନା ପୁସ୍ତକର ମଧ୍ୟ ସେ ସ୍ରଷ୍ଟା। ସଂପ୍ରତି ସୁନାବେଡ଼ାସ୍ଥିତ ଏରୋନ୍ଟିକ୍ସ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ଶାନ୍ତନୁ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ହାଜୀ ଅସରଫ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର ଆଦି ଅନେକ ଆନୁଷ୍ଠାନିକ ସ୍ବୀକୃତି ପାଇଛନ୍ତି। - ସରୋଜ ବଳ
Upahasita Aparahna | Shantanu Kumar Nayak | ଉପହସିତ ଅପରାହ୍ଣ | ଶାନ୍ତନୁ କୁମାର ନାୟକ
Publisher : Timepass
First Edition : 2023
Paperback : 112 pages
Reading age : 18 years and up
Language : Odia
Country of Origin : India