ବିଜୟ ନାୟକ (୧୯୬୦) ସମକାଳୀନ ଓଡ଼ିଆ ସାହିତ୍ୟରେ ଜଣେ ସମ୍ବେଦନଶୀଳ କଥାକାର, ସ୍ୱଚ୍ଛନ୍ଦ ଗଦ୍ୟଶିଳ୍ପୀ, ସୁବକ୍ତା ଓ ‘କାହାଣୀ’ର ସୁଯୋଗ୍ୟ ସଂପାଦକ ଭାବେ ସୁପରିଚିତ । ଭାରତୀୟ ପ୍ରଶାସନିକ ସେବାନିବୃତ୍ତ ଶ୍ରୀ ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦରେ ରହି ଭାଷା-ସାହିତ୍ୟ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଅନେକେ ଜାଣିନଥିବେ, ଛାତ୍ର-ରାଜନୀତିରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ଥିଲା। ଭଦ୍ରକ ମହାବିଦ୍ୟାଳୟ ଛାତ୍ରସଂସଦର ଉପସଭାପତି (୧୯୭୯) ଓ ସଭାପତି (୧୯୮୦) ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ନାୟକ ୧୯୮୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ସଭାପତି ଭାବେ ମଧ୍ୟ ପଦ ମଣ୍ଡନ କରିଥିଲେ। ସେହି ସମୟଖଣ୍ଡରେ ସେ ବହୁ ପ୍ରସିଦ୍ଧ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସିଥିଲେ। ସେଇସବୁ ବିରଳ ସାନ୍ନିଧ୍ୟର ସ୍ମୃତିକୁ ନେଇ ‘ବାଣୀବିହାରରେ ବାଜପେୟୀ...’ ପୁସ୍ତକର ପରିକଳ୍ପନା। ବ୍ୟକ୍ତି ଓ ବ୍ୟକ୍ତିତ୍ୱର ବିବରଣୀ ସହ ତତ୍କାଳୀନ ସମାଜ ଓ ସଂସ୍କୃତିର ଝଲକ୍ ଥିବା ଏହି ଲେଖାଗୁଡ଼ିକ ପାଠକଙ୍କୁ ଉଲ୍ଲସିତ କରିବ, ଏଥିରେ ସନ୍ଦେହ ନାହିଁ।
Vaniviharre Vajpeyee O Anyanya Smrutikatha | ବାଣୀବିହାରରେ ବାଜପେୟୀ ଓ ଅନ୍ୟାନ୍ୟ ସ୍ମୃ
Publisher : Timepass
First Edition : 2022
Language : Oriya
Paperback : 168 pages
Reading age : 18 years and up
Country of Origin : India