top of page

ସମକାଳୀନ ଓଡ଼ିଆ ସାହିତ୍ୟରେ ଅରବିନ୍ଦ ଦାସ ଜଣେ ସମର୍ଥ ଆଶୁକଥାକାର ଭାବେ ସୁପରିଚିତ। ସାମାଜିକ ଗଣମାଧ୍ୟମରେ ସମସାମୟିକ ଘଟଣାବଳୀକୁ ନେଇ ତତ୍‍କ୍ଷଣାତ ଗପଟିଏ ଲେଖି ଚମକେଇଦେବାର ଦକ୍ଷତା ତାଙ୍କର ଅତୁଳନୀୟ। ସାଧାରଣ କଥା ଓ ନଥା ଭିତରେ ଅସାଧାରଣ ଗପର ମଂଜିଟିଏ ଯେ ଛପିରହିଛି, ତାହା ସେ ପ୍ରମାଣ କରିଚାଲିଛନ୍ତି। କରୋନା କାଳରେ ସମସ୍ତେ ଯେତେବେଳେ ଭୟାତୁର ଓ ଭାବହୀନ, ଠିକ୍‍ ସେତିକିବେଳେ ଗାଳ୍ପିକ ଅରବିନ୍ଦ ଦାସ ଭାଇରସର ଭାଇଚାରା ଖୋଜିବାରେ ଲାଗିଛନ୍ତି। ଆଜି ସେ ଭାଇଚାରା ଭାସ୍କର୍ଯ୍ୟରେ ପରିଣତ ହୋଇଛି। କରୋନାକାଳୀନ ତାଙ୍କର କେତୋଟି ଗଳ୍ପକୁ ନେଇ ଏ ପୁସ୍ତକର ପରିକଳ୍ପନା, ଯେଉଁଥିରେ ଆଖୋଁଦେଖା ହାଲ ମାଧ୍ୟମରେ ଅଦେଖା ଅଶୁଣା ମାନବୀୟ ଚେତନା ଓ ଅଚେତନତା ସାମ୍ନାକୁ ଆସିଛି। ଭାରତୀୟ ରାଜସ୍ୱ ବିଭାଗର ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ଭାବେ ଗୁରୁ ଦାୟିତ୍ୱ ସମ୍ଭାଳିବା ଭିତରେ ଗଳ୍ପରଚନାକୁ ନେଇ ତାଙ୍କ ସକ୍ରିୟତା ସତରେ ବିସ୍ମୟକର। ପ୍ରଜାପତିର ନୂଆ ଠିକଣା, ବିଅର, ପେଦାପୁରମର ପଦ୍ମା, ବିଧର୍ମୀ, ଲିପିଷ୍ଟିକ ଆଦି ଗଳ୍ପ ସଂକଳନର ସ୍ରଷ୍ଟା ଭାବେ ସେ ବେଶ୍‍ ପାଠକୀୟ ପ୍ରଶଂସା ଲାଭ କରିଛନ୍ତି। ସତ୍ୟବାଦୀ ଗଳ୍ପ ପୁରସ୍କାର, ଆଇନା ଗଳ୍ପ ସମ୍ମାନ, ସମାରୋହ ଗଳ୍ପ ପୁରସ୍କାର, ପଶ୍ଚିମା ଗଳ୍ପ ସମ୍ମାନ, କଥା କଳିକା ଯୁବ ସାହିତ୍ୟିକ ପୁରସ୍କାର ଭଳି ଅନେକ ଆନୁଷ୍ଠାନିକ ସ୍ୱୀକୃତି ତାଙ୍କ ସର୍ଜନାଶୀଳତାର ଗୁଣଗାନ କରିଛି। ‘ଭାଇରସ୍‍ର ଭାଇଚାରା’ ଗୁଣଗ୍ରାହୀ ପାଠକପାଠିକାଙ୍କୁ ଭାବ ଓ ଭାଷାରେ ବାନ୍ଧିରଖିବ, ଏଥିରେ ସନ୍ଦେହ ନାହିଁ । -ସରୋଜ ବଳ

Virusra Bhaichara | ଭାଇରସର ଭାଇଚାରା | ଅରବିନ୍ଦ ଦାସ | କରୋନା କାହାଣୀ

SKU: VBADH
₹145.00Price
Quantity
  • Publisher ‏ : ‎ Timepass

    First Edition : 2021

    Paperback ‏ : ‎ 168 pages

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page